ପ୍ରଶ୍ନ ୧. ସୂଚନା ଅଧିକାର ଆଇନ କହିଲେ ଆମେ କ’ଣ ବୁଝୁ?
ଉତ୍ତର - ସୂଚନା ଆପଣଙ୍କର ଆଇନଗତ ଅଧିକାର । ଆପଣ ଯାହା ଜାଣିବାକୁ ଚାହିଁବେ ସରକାରୀ ଅଫିସ୍ ବା ଆପଣଙ୍କର ମ୍ୟୁନିସିପାଲିଟି କିମ୍ବା ପଞ୍ଚାୟତ ସଂସ୍ଥା ଆପଣଙ୍କୁ ସେ ସୂଚନା ଯୋଗାଇ ଦେବେ । ପଞ୍ଚାୟତ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟରୁ ଆପଣ ସୂଚନା ପାଇପାରିବେ । କେନ୍ଦ୍ର ସରକାର, ରାଜ୍ୟ ସରକାର ବା ସ୍ମାନୀୟ ପ୍ରଶାସନର। ଯେ କୌଣସି ଅଫିସ ସଂପର୍କୀୟ ସୂଚନା ଦେବା ପାଇଁ ଲୋକ ସୂଚନା ଅଧିକାରୀ (PIO) ଅଛନ୍ତି । ଲୋକ ସୂଚନା ଅଧିକାରୀ ତାଙ୍କ ତଦାରଖରେ ଥିବା କାର୍ଯ୍ୟାଳୟ ସଂପର୍କରେ ଆପଣଙ୍କୁ ସୂଚନା ଦେବା ତାଙ୍କର ପ୍ରଥମ କର୍ତ୍ତବ୍ୟ ଅଟେ ।
ପ୍ରଶ୍ନ ୨. ସ୍ଵେଚ୍ଛାକୃତ ସୂଚନା ଗୁଡିକ କ’ଣ ?
ଉତ୍ତର - ପ୍ରତ୍ୟେକ ସରକାରୀ କର୍ତ୍ତୃପକ୍ଷ ଆଇନ କାର୍ଯ୍ୟକାରୀ ହେବାର ୧୨୦ ଦିନ ମଧ୍ୟରେ ନିମ୍ନଲିଖିତ ୧୭ ପ୍ରକାର ସୂଚନା ପ୍ରକାଶ କରିବେ । ସେଗୁଡିକ ହେଲା:-
- ସଂଗଠନର ସବିଶେଷ ତଥ୍ୟ, କାର୍ଯ୍ୟାବଳୀ ଏବଂ ଦାୟିତ୍ଵ
- ଅଧିକାରୀ ଓ କର୍ମଚାରୀମାନଙ୍କ କ୍ଷମତା ଓ ଦାୟିତ୍ଵ
- ନିଷ୍ପତ୍ତି ଗ୍ରହଣ ପାଇଁ ଅନୁସୃତ ପ୍ରକ୍ରିୟା
- ଦାୟିତ୍ଵ ସମ୍ପାଦନ ପାଇଁ ଉଦ୍ଦିଷ୍ଟ ନିୟମାବଳୀ
- ଦାୟିତ୍ଵ ସମ୍ପାଦନ ପାଇଁ ଉଦ୍ଦିଷ୍ଟ ବିଧିବିଧାନ, ନିର୍ଦ୍ଦେଶାବଳୀ, ମାନୁଆଲ୍
- ଦପ୍ତରରେ କେଉଁ ପ୍ରକାରର ରେକର୍ଡ ରଖାଯାଇଛି ତାହାର ଏକ ସଂକ୍ଷିପ୍ତ ତାଲିକା
- ଯେକୌଣସି ନୀତିର ନିର୍ବାରଣ ବା କାର୍ଯ୍ୟାନ୍ଵୟନ ପ୍ରକ୍ରିୟା
- ଗଠିତ ହୋଇଥିବା ବୋର୍ଡ, ପରିଷଦ, କମିଟି ଏବଂ ଅନ୍ୟ ସଂସ୍ଥାଗୁଡିକ ସଂପର୍କରେ ବିବରଣୀ
- ଅଧିକାରୀ ଓ କର୍ମଚାରୀଙ୍କ ଅବସ୍ଥାନ ପଞ୍ଜିକା
- ଅଧିକାରୀ ଓ କର୍ମଚାରୀଙ୍କୁ ମିଳୁଥିବା ବିଭିନ୍ନ ଭତ୍ତା ବ୍ୟବସ୍ଥା ସହିତ ମାସିକ ଦରମା
- ପ୍ରତ୍ୟେକ ଯୋଜନା ଏବଂ ପ୍ରକଳ୍ପ ପାଇଁ ପ୍ରସ୍ତାବିତ ଖର୍ଚ୍ଚ, ସେଥିପାଇଁ କେତେ ଅର୍ଥ ଯୋଗାଇ ଦିଆଯାଇଛି ଏବଂ ଉକ୍ତ ଯୋଜନା ବା ପରିକଳ୍ପନା ରେ କ'ଣ କାମ ହେବାର ଅଛି ତାହାର ବିବରଣୀ
- ଅନୁଦାନ/ସହାୟତା କାର୍ଯ୍ୟକ୍ରମ ଗୁଡିକୁ କାର୍ଯ୍ୟକାରୀ କରିବାର ପ୍ରଣାଳୀ
- ମଞ୍ଜୁର ହେଉଥିବା ରିହାତି, ପରମିଟ୍ ଓ ପ୍ରାଧୁକାର ଗ୍ରହୀତା ମାନଙ୍କର ସବିଶେଷ ବିବରଣୀ
- ଇଲେକ୍ଟ୍ରୋନିକ ମାଧ୍ୟମରେ ଉପଲବ୍ଧ ସୂଚନା ଗୁଡିକର ବିଶଦ ବିବରଣୀ
- ନାଗରିକମାନଙ୍କୁ ସୂଚନା ଦେବାରେ ସହାୟତା କରିବା ପାଇଁ ଉପଲବ୍ଧ ବ୍ୟବସ୍ଥା
- ସଂପୃକ୍ତ କାର୍ଯ୍ୟାଳୟ ସଂପର୍କୀୟ ତଥ୍ୟ ଦେବାପାଇଁ ନିଯୁକ୍ତ ଲୋକ ସୂଚନା ଅଧିକାରୀଙ୍କ ନାମ, ପଦବୀ ଓ ଠିକଣା ଇତ୍ୟାଦି
- ଅନ୍ୟାନ୍ୟ ଉପଯୋଗୀ ସୂଚନା
ପ୍ରଶ୍ନ ୩. ଆପଣ ସୂଚନା କେମିତି ପାଇବେ ?
ଉତ୍ତର - କୌଣସି ସରକାରୀ କାର୍ଯ୍ୟାଳୟରୁ ସୂଚନା ପାଇବାକୁ ହେଲେ ଆପଣ ନିମ୍ନଲିଖିତ ଉପାୟରେ ସୂଚନା ପାଇପାରିବେ । ଯଥାକ୍ରମେ:-
- ପ୍ରଥମତଃ, ପ୍ରତ୍ୟେକ ସରକାରୀ କର୍ତ୍ତୃପକ୍ଷଙ୍କର ପ୍ରକାଶିତ ସ୍ଵେଚ୍ଛାକୃତ ସୂଚନାରୁ (Section-4)।
- କୈଣସି ସରକାରୀ କାର୍ଯ୍ୟାଳୟକୁ ବ୍ୟକ୍ତିଗତ ଭାବରେ ଯାଇ, ଆପଣଙ୍କର ସୂଚନା ପାଇପାରିବେ କିମ୍ବା ଆବେଦନ କରିପାରିବେ ।
- ରାଜ୍ୟ ସୂଚନା ଅଧିକାର ୱେବସାଇଟ୍ରେ ("ଆରଟିଆଇ") ଉପଲବ୍ଧ ଥିବା ସମସ୍ତ ବିଭାଗ ଓ ବିଭାଗ ଅଧିନସ୍ଥ ସମସ୍ତ କାର୍ଯ୍ୟାଳୟର ପ୍ରକାଶିତ ତଥ୍ୟରୁ ଆପଣଙ୍କ ସୂଚନା ପାଇପାରିବେ ।
- ସ୍ଵେଚ୍ଛାକୃତ ସୂଚନାରେ ଆପଣ ସନ୍ତୁଷ୍ଟ ନହେଲେ, ଆପଣ ଏହି ୱେବସାଇଟ୍ ମାଧ୍ୟମରେ ଅନ୍ଲାଇନରେ ସୂଚନା ମାଗିପାରିବେ ।
ପ୍ରଶ୍ନ ୪. ସୂଚନା ନମିଳିଲେ କ'ଣ କରିବାକୁ ହେବ ?
ଉତ୍ତର : ଯଦି ଲୋକ ସୂଚନା ଅଧିକାରୀ ଆବେଦନ ପତ୍ର ନେବାକୁ ଅନିଛା ପ୍ରକାଶ କରନ୍ତି; ଯଦି ସମୟସୀମା ଭିତରେ ସୂଚନା ମିଳେ ନାହିଁ, ଯଦି ସଂପୃକ୍ତ ଲୋକ ସୂଚନା ଅଧିକାରୀ ଆବଶ୍ୟକତାରୁ ଅଧିକ ଶୁଳ୍କ ମାଗନ୍ତି; ଯଦି ମାଗିଥିବା ସୂଚନା ସନ୍ତୋଷଜନକ ନ ହୁଏ; ଯଦି ଲୋକ ସୂଚନା ଅଧିକାରୀ ଆବେଦନ ପାଇବା ପରେ ସଂପୃକ୍ତ ନଥିପତ୍ର ନଷ୍ଟ କରିଦିଅନ୍ତି;
ତେବେ ଆପଣ ସେହି କାଯ୍ୟଳୟର ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଆବଦେନ କରିପାରିବେ କିମ୍ବା ସୂଚନା କମିଶନରେ ଅଭିଯୋଗ କରିପାରିବେ ।
ପ୍ରଶ୍ନ ୫. କେତେବେଳେ ଲୋକ ସୂଚନା ଅଧିକାରୀଙ୍କୁ ଦଣ୍ଡିତ କରାଯାଏ ?
ଉତ୍ତର : କୌଣସି ଯଥାର୍ଥ କାରଣ ନ ଥାଇ ଦରଖାସ୍ତ ଗ୍ରହଣ ନ କଲେ, ସମୟ ସୀମା ମଧ୍ୟରେ ସୂଚନା ନ ଦେଲେ, ଉଦ୍ଦେଶ୍ୟମୂଳକ ଭାବେ ସୂଚନା ଦେବାକୁ ମନା କଲେ, ଜାଣିଶୁଣି ଭୁଲ ଓ ଅସମ୍ପୁର୍ଣ୍ଣ ସୂଚନା ଦେଲେ, କିମ୍ବା ମାଗୁଥିବା ତଥ୍ୟ ନଷ୍ଟ କଲେ;
ସୂଚନା କମିଶନ, ସୂଚନା ଅଧିକାରୀଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିପାରିବେ ଓ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରିପାରିବେ । ଏଥିପାଇଁ ଦିନ ପିଛା ୨୫୦ ଟଙ୍କା ହିସାବରେ ସର୍ବାଧୁକ ୨୫,୦୦୦ ଟଙ୍କା ଖୁଲାପକାରୀ ଅଧିକାରୀଙ୍କଠାରୁ ଜୋରିମାନା ରୂପେ ଆଦାୟ କରାଯାଇପାରେ।
ପ୍ରଶ୍ନ ୬. ଲୋକ ସୂଚନା ଅଧିକାରୀ କେତେବେଳେ ସୂଚନା ଦେବାକୁ ମନା କରନ୍ତି ?
ଉତ୍ତର : ଲୋକ ସୂଚନା ଅଧିକାରୀ ନିମ୍ନଲିଖିତ କାରଣ ପାଇଁ ସୂଚନା ଦେବାକୁ ମନା କରିପାରନ୍ତି
- ମଗାଯାଇଥିବା ସୂଚନା ଯଦି ଦେଶର ସାର୍ବଭୌମତ୍ୱ, ନିରାପତ୍ତା, ଅଖଣ୍ଡତା, ବୈଜ୍ଞାନିକ ବା ଆର୍ଥିକ ନୀତିକୁ କ୍ଷତି ପହଞ୍ଚାଉଥାଏ;
- ସୂଚନା ପ୍ରକାଶ ଯଦି ଅଦାଲତର ଅବମାନନା କରୁଥାଏ, ବା ଅଦାଲତ ଦ୍ଵାରା ଏହା ଉପରେ ନିଷେଧାଦେଶ ଜାରି କରାଯାଇଥିଲେ ବା ସଂସଦ' ବା ବିଧାନସଭାର ସ୍ଵାଧିକାର ଭଙ୍ଗ କରୁଥାଏ;
- ଯେଉଁ ସୂଚନା ପ୍ରକାଶରେ କୌଣସି ବ୍ୟକ୍ତିର ଜୀବନ ପ୍ରତି ବିପଦ ଥାଏ;
- ସୂଚନା ପ୍ରକାଶରେ କୌଣସି ଅପରାଧର ଅନୁସନ୍ଧାନ ବା ଅପରାଧିଙ୍କୁ ଧରିବାରେ ବାଧା ସୃଷ୍ଟି ହେବାର ଆଶଙ୍କା ଥାଏ; କୌଣସି ବ୍ୟକ୍ତିଗତ ସୂଚନା ଯାହା କୈଣସି ଜନ ସାର୍ଥ ସମ୍ବଳିତ ନୁହେଁ।
ବି.ଦ୍ର : ସଂସଦ ବା ରାଜ୍ୟ ବିଧାନସଭାକୁ ଯେଉଁ ସୂଚନା ପ୍ରଦାନ କରାଯିବା ପାଇଁ ମନା କରାଯାଇପାରି ନାହିଁ ତାହା କୈଣସି ବ୍ୟକ୍ତିବିଶେଷଙ୍କୁ ମଧ୍ୟ ମନା କରାଯାଇପାରିବ ନାହିଁ ।
ପ୍ରଶ୍ନ ୭. ସୂଚନା ମିଳିବାର ସମୟସୀମା ଗୁଡିକ କ’ଣ ?
ଉତ୍ତର :- ସୂଚନା ଅଧିକାର ଅଧୁନରେ ସୂଚନା ପାଇବା ପାଇଁ ନିମ୍ନଲିଖିତ ସମୟସୀମା ଧାର୍ଯ୍ୟ କରାଯାଇଛି । ସେଗୁଡିକ ହେଲା:-
୩୦ ଦିନ : - ଲୋକ ସୂଚନା ଅଧିକାରୀ ସୂଚନା ଆବେଦନ ଗ୍ରହଣ କରିବାର ୩୦ ଦିନ ମଧ୍ୟରେ ସୂଚନା ପ୍ରଦାନ କରିବେ କିମ୍ବା ଉପଯୁକ୍ତ କାରଣ ଦର୍ଶାଇ ଏହାକୁ ନାକଚ କରିବେ ।
୪୮ ଘଣ୍ଟା : - ଯଦି ସୂଚନାଟି କୌଣସି ବ୍ୟକ୍ତିଙ୍କ ଜୀବନ ବା ସ୍ଵତନ୍ତ୍ରତା ସଂପର୍କିତ ହୋଇଥାଏ, ତେବେ ଆବେଦନ ଗ୍ରହଣ କରିବାର ୪୮ ଘଣ୍ଟା ମଧ୍ୟରେ ସୂଚନା ପ୍ରଦାନ କରାଯିବ ।
୩୫ ଦିନ :- ଆବେଦନଟି ସହାୟକ ଲୋକ ସୂଚନା ଅଧିକାରୀଙ୍କ (API0) ନିକଟରେ ଦାଖଲ କରାଗଲେ,ଏଥିରେ ଆଉ ୫ ଦିନ ଅଧକା ଯୋଗ କରାଯିବ । ଅର୍ଥାତ ୩୫ ଦିନ ମଧ୍ୟରେ ସୂଚନା ପ୍ରଦାନ କରାଯିବ ।
୪୫ ଦିନ :- ଯଦି ଆବେଦନଟି ଦ୍ଵିତୀୟ ଅନୁସୂଚୀରେ ସ୍ଥାନିତ ଯେକୌସି ସଂଗଠନ ଦ୍ଵାରା ମାନବିକ ଅଧିକାର ଉଲ୍ଲଙ୍ଘନ ସମ୍ବନ୍ଧୀୟ ହୋଇଥାଏ, ଲୋକ ସୂଚନା ଅଧିକାରୀ, ଓଡିଶା ସୂଚନା କମିଶନଙ୍କର ଅନୁମେମାଦନ କ୍ରମେ ୪୫ ଦିନ ମଧ୍ୟରେ ସୂଚନା ପ୍ରଦାନ କରିବେ ।
୫ ଦିନ :- ଯଦି ଆବେଦନ ସୂଚନାଟି, ଅନ୍ୟ କୈଣସି ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଥାଏ, ତେବେ ଆବଦେନ ଗ୍ରହଣ କରିଥିବା ଅଧିକାରୀ ଏହାକୁ ୫ ଦିନ ମଧ୍ୟରେ ସେହି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବେ ।
ପ୍ରଶ୍ନ ୮ : ସୂଚନା ପାଇବା ପାଇଁ ଆବେଦନ କରିବେ କିପରି ?
ଉତ୍ତର : ସୂଚନା ଚାହୁଁଥବା ନାଗରିକ, ଉପଯୁକ୍ତ ଲୋକ ସୂଚନା ଅଧିକାରୀଙ୍କୁ ଏଥିପାଇଁ ଦରଖାସ୍ତ କରିବେ ।
- ଏହି ଦରଖାସ୍ତ ବ୍ୟକ୍ତିଗତ ଭାବରେ ଅଥବା ଡାକ ବା ଇଣ୍ଟରନେଟ୍ (Internet) ମାଧ୍ୟମରେ ଦେଇପାରିବେ । କିନ୍ତୁ ଆବଦେନ ନିର୍ଦ୍ଧାରିତ ଫର୍ମ ‘କ'ରେ କରିବାକୁ ପଡିବ ଏବଂ ଦରଖାସ୍ତ ଫିସ୍, ଆପଣ ନଗଦ ଅର୍ଥ, M0, IPO, DD, e-payment ଏବଂ ଚାଲାଣ ଆକାରରେ ଦାଖଲ କରିପାରିବେ ।
- ବି.ପି.ଏଲ୍. କାର୍ଡଧାରୀ ହୋଇଥିଲେ, ଆପଣଙ୍କୁ ଦରଖାସ୍ତ ଫିସ୍ ଦେବାକୁ ପଡିବ ନାହିଁ ।
- ଡାକ ଯୋଗେ ସୂଚନା ଚାହୁଁଥିଲେ ସଠିକ୍ ଠିକଣା ଫର୍ମରେ ସୂଚାଇବେ ।
ପ୍ରଶ୍ନ ୯. କେନ୍ଦ୍ରୀୟ ପରିଚାଳନା ପ୍ରକ୍ରିୟା ବା RTI - CMIM କ'ଣ ?
ଉତ୍ତର : ଆର.ଟି.ଆଇ. ସି.ଏମ.ଏମ. (RTI-CMM) ଯାହା ଲୋକ ସୂଚନା ନାମରେ ନାମିତ ଏକ କେନ୍ଦ୍ରୀୟ ପରିଚାଳନା ପ୍ରକ୍ରିୟା ଅଟେ ।
- ସୂଚନା ପ୍ରଯୁକ୍ତି (I.T.) ମାଧ୍ୟମରେ ସୂଚନା ଅଧିକାର ଆଇନ ୨୦୦୫ କୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଏକ ଅଭିନବ ପଦକ୍ଷେପ ।
- ସୂଚନା ଅଧିକାର ଆଇନ ଅନୁସାରେ ସମସ୍ତ ତଥ୍ୟକୁ ଗୋଟିଏ ନେଟୱାର୍କରେ (Network) ଉପଲବ୍ଧ କରାଯାଇଛି ।
- ଏହି ସୂଚନାକୁ ନିୟମିତ ବ୍ୟବଧାନରେ Update କରିବା ପାଇଁ ପ୍ରତ୍ୟେକ ସରକାରୀ କର୍ତ୍ତ ପକ୍ଷଙ୍କୁ ଗୋଟିଏ ଲେଖାଏଁ User ID ଏବଂ Password ଦିଆଯାଇଛି ।
- ଏହା "ଆରଟିଆଇ"ରେ ଉପଲବ୍ଧ ।
ପ୍ରଶ୍ନ ୧୦. ଏହା ନାଗରିକଙ୍କୁ କିପରି ସାହାଯ୍ୟ କରିବ ?
ଉତ୍ତର - ପ୍ରତ୍ୟେକ ସରକାରୀ କର୍ତ୍ତୃପକ୍ଷଙ୍କ ନିଜ ତରଫରୁ ପ୍ରକାଶିତ ସମସ୍ତ ସୂଚନାକୁ ପଢିପାରିବେ, ପ୍ରିଣ୍ଟ (Print) କିମ୍ବା କପି (Copy) କରିପାରିବେ ।
- ଏବଂ ଅନଲାଇନରେ (Online) ସୂଚନା ପାଇଁ ଆବେଦନ କରିପାରିବେ ।
- ସୂଚନା ନ ମିଳିଲେ କିମ୍ବା ସୂଚନାରେ ଅସନ୍ତୁଷ୍ଟ ହେଲେ, ଅନଲାଇନରେ ପ୍ରଥମ ଅପିଲ କର୍ତ୍ତ ପକ୍ଷଙ୍କ ନିକଟରେ ଅପିଲ କରିପାରିବେ ।
- ଅନଲାଇନରେ ଆପଣ ଦରଖାସ୍ତ କିମ୍ବା ଅପିଲର ସ୍ଥିତି ଯାଞ୍ଚ କରିପାରିବେ ।
- ପ୍ରକାଶିତ ସୂଚନା ଉପରେ ଆପଣଙ୍କ ମତାମତ ଦେଇ ପାରିବେ ।
ପ୍ରଶ୍ନ ୧୧. ଏହାକୁ ଉପଲବ୍ଧ କରିବାପାଇଁ User ID କିମ୍ବା Password ର ଆବଶ୍ୟକତା ଅଛି କି ?
ଉତ୍ତର - ନା, କିନ୍ତୁ ଆପଣଙ୍କର ଅନ୍ଲାଇନ ଦରଖାସ୍ତ ଓ ଅପିଲର ସ୍ଥିତି ଯାଞ୍ଚ କରିବା ପାଇଁ କମ୍ପ୍ୟୁଟର ପ୍ରଦତ୍ତ Online RTI Application Number ବା Online RTI Appeal Number ଦେବାକୁ ପଡିବ ।
ପ୍ରଶ୍ନ ୧୨. ଆର.ଟି.ଆଇ.– ସି.ଏମ.ଏମ. ରୁ (RTI - CMIM) ସୂଚନା ପାଇବେ କେମିତି ?
ଉତ୍ତର - କୌଣସି ସରକାରୀ କର୍ତ୍ତ ପକ୍ଷଙ୍କର ପ୍ରକାଶିତ ସ୍ଵେଚ୍ଛାକୃତ ସୂଚନାକୁ (section-4) ଜାଣିବା ପାଇଁ, ଆପଣ "ଆରଟିଆଇ" କୁ ଯାଆନ୍ତୁ ।
- ଏଥିରେ ଓଡିଶା ସରକାରଙ୍କର ସମସ୍ତ ବିଭାଗର ନାମ ଲେଖାଯାଇଛି । ଆପଣ ଖୋଜୁଥବା ସରକାରୀ କର୍ତ୍ତ ପକ୍ଷଙ୍କର ବିଭାଗ ନାମ ଉପରେ କ୍ଲିକ୍ କରନ୍ତୁ ।
- ତା'ପରେ, ଉପରେ ଥିବା ସରକାରୀ କର୍ତ୍ତ ପକ୍ଷ (Public Authority) ଡ୍ରପ୍ ଡାଉନ ବକ୍ସ (Dropdown Box)ରୁ ଆପଣ ଖୋଜୁଥବା ସରକାରୀ କର୍ତ୍ତ ପକ୍ଷଙ୍କ ନାମ ଉପରେ କ୍ଲିକ୍ କରନ୍ତୁ ।
- ଏହା ପରେ, ଏହି କର୍ତ୍ତ ପକ୍ଷଙ୍କର ପ୍ରକାଶିତ ସମସ୍ତ ତଥ୍ୟ ଦେଖାଯିବ । ଏହି ତଥ୍ୟକୁ ଆପଣ ପ୍ରିଣ୍ଟ (Print) କିମ୍ବା କପି (Copy) କରିପାରିବେ ।
- ପ୍ରକାଶିତ ତଥ୍ୟ ଉପରେ ଆପଣ ଆପଣଙ୍କର ମତାମତ ଦେଇ ପାରିବେ ।
- ଏତଦ୍ବ୍ୟତୀତ; ୱେବସାଇଟ୍ ର ମୂଳ ପୃଷ୍ଠାରେ (Home Page), ଥିବା Search ବ୍ୟବସ୍ଥା ମାଧ୍ୟମରେ ଯେକୌଣସି ସରକାରୀ କର୍ତ୍ତ ପକ୍ଷ କିମ୍ବା କୌଣସି ତଥ୍ୟ, ପ୍ରଦତ୍ତ ଶୂନ୍ୟ ସ୍ଥାନରେ ଲେଖୁ ଆପଣ ଖୋଜିପାରିବେ । ଉଦାହରଣ ସ୍ୱରୂପ: ଯଦି ଆପଣ କଟକ ମହାନଗର ନିଗମ (Cuttack Municipal Corporation)ର ତଥ୍ୟ ଖୋଜୁଥାନ୍ତି, ତେବେ 'C- Cuttack' ଲେଖିବା ମାତ୍ରେ, 'C' ଅକ୍ଷରରେ ଆରମ୍ଭ ହୋଇଥବା ସମସ୍ତ ସରକାରୀ କର୍ତ୍ତୃପକ୍ଷଙ୍କ ନାମର ତାଲିକା ଦେଖାଯିବ । ତହିଁରୁ ଆପଣ କଟକ ମହାନଗର ନିଗମ (Cuttack Municipal Corporation) ଉପରେ କ୍ଲିକ କରନ୍ତୁ ।
- ଏବେ ଆପଣ କଟକ ମହାନଗର ନିଗମ (Cuttack Municipal Corporation)ର ପ୍ରକାଶିତ ସମସ୍ତ ତଥ୍ୟ (Section-4) ପାଇପାରିବେ ।
- ଯଦି ଆପଣ ସେହି ସୂଚନାରେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ଆପଣ ଏହି ୱେବସାଇଟ୍ ମାଧ୍ୟମରେ ଅଧ୍ୟକ ସୂଚନା ପାଇଁ କିମ୍ବା ଆପଣ ଚାହୁଁଥବା ସୂଚନା ପାଇଁ ଅନଲାଇନରେ ଆବେଦନ କରିପାରିବେ ।
ପ୍ରଶ୍ନ ୧୩. ଅନଲାଇନରେ ସୂଚନା ଆବେଦନ କରିବା ପାଇଁ କ’ଣ କରିବାକୁ ହେବ ?
ଉତ୍ତର ; ଅନଲାଇନ ଆବେଦନ ଫର୍ମକୁ ପୂରଣ କରିବା ପୂର୍ବରୁ, ଆପଣ ଆପଣଙ୍କର ପରିଚୟ ପତ୍ର, ଦସ୍ତଖତକୁ ସ୍କାନ (Scan) କରନ୍ତୁ । ବି.ପି.ଏଲ୍. କାର୍ଡଧାରୀ ହୋଇଥଲେ କାର୍ଡ଼କୁ ମଧ୍ୟ ସ୍କାନ (Scan) କରନ୍ତୁ ।
- ଏହି ସ୍କାନ ଫାଇଲ ଗୁଡିକ PDF, JPG, JPEG ଏବଂ GIF Formatର ହୋଇଥିବା ଆବଶ୍ୟକ ଏବଂ ଏହାର ଆକାର (Size) 100KB ରୁ ଅଧିକ ଯେମିତି ନ ହୁଏ, ସେ ପ୍ରତି ଧ୍ୟାନ ରଖୁବେ ।
- ଫର୍ମର ସମସ୍ତ ଶୂନ୍ୟ ସ୍ଥାନକୁ ପୂରଣ କରିବା ପାଇଁ ଆପଣଙ୍କର ସମସ୍ତ ତଥ୍ୟ ଥିବା ଆବଶ୍ୟକ ।
- ଦରଖାସ୍ତ ଫିସ୍ ଆପଣ ନଗଦ ଅର୍ଥ, Mo, IPO, DD, e-payment ଏବଂ ଚାଲାଣ ଆକାରରେ ଦାଖଲ କରିପାରିବେ । ବି.ପି.ଏଲ୍. କାର୍ଡଧାରୀ ହୋଇଥଲେ , ଆପଣଙ୍କୁ ଦରଖାସ୍ତ ଫିସ୍ ଦେବାକୁ ପଡିବ ନାହିଁ ।
- ଅନଲାଇନରେ ଦରଖାସ୍ତ ଦାଖଲ କରିବା ପରେ କମ୍ପ୍ୟୁଟର ଆପଣଙ୍କୁ ଗୋଟିଏ ରସିଦ୍ ଦେବ, ଯେଉଁଥରେ ଆପଣଙ୍କର online Application Number ବା Online Appeal Number ଲେଖାଥିବ I ଦରଖାସ୍ତର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଏହି ନମ୍ବର ଆପଣଙ୍କୁ ସାହାଯ୍ୟ କରିବ ।
- ଏହି ରସିଦ୍ ସହିତ ଆପଣଙ୍କର ଦାରଖାସ୍ତ ଫିସ୍କୁ ସେହି ସରକାରୀ କର୍ତ୍ତୃପକ୍ଷଙ୍କର ଲୋକ ସୂଚନା ଅଧିକାରୀଙ୍କ ନିକଟରେ ଦାଖଲ କରନ୍ତୁ ।
- ଡାକ ଯୋଗେ ସୂଚନା ଚାହୁଁଥିଲେ ସଠିକ୍ ଠିକଣା ଫର୍ମରେ ସୂଚାଇବା ଦରକାର ।
ମନେରଖନ୍ତୁ : ଯେଉଁଦିନ ଏହି ରସିଦ୍ ଓ ଦରଖାସ୍ତ ଫିସ୍ ଲୋକ ସୂଚନା ଅଧିକାରୀ ଗ୍ରହଣ କରିବେ, ସେହି ଦିନ ଠାରୁ ଆପଣଙ୍କ ଦରଖାସ୍ତର ସମୟସୀମା (୩୦ ଦିନ) ଆରମ୍ଭ ହେବ ।
ପ୍ରଶ୍ନ ୧୪ କେଉଁଥିପାଇଁ କେତେ ଶୁଳ୍କ ଦେବାକୁ ହେବ ?
ଭାଗ - ୧ | |||
କ୍ର.ସଂ | ଦରଖାସ୍ତ ଫିସ | ପରିମାଣ | ଦାଖଲ ପଦ୍ଧତି |
୧ | ୨ | ୩ | ୪ |
କ . ଦରଖାସ୍ତ ଫିସ୍ | |||
୧ | ସୂଚନା ପାଇବା ନିମନ୍ତେ ଦରଖାସ୍ତ ଫିସ୍ | ପ୍ରତି ଦରଖାସ୍ତକୁ ଦଶ ଟଙ୍କା | ଟ୍ରେଜରି ଚାଲାଣ / ନଗଦ ଅର୍ଥ / ମନିଅର୍ଡରା/ ବ୍ୟାଙ୍କଡ୍ରାଫ୍ଟ/ ଆଇପିଓ ଇତ୍ୟାଦି |
୨ | ପ୍ରଥମ ଅପିଲ ନିମନ୍ତେ ଦରଖାସ୍ତ ଫିସ୍ | କୋଡିଏ ଟଙ୍କା | କୋର୍ଟ ଫି ଷ୍ଟାମ୍ପ |
୩ | ଦ୍ଵିତୀୟ ଅପିଲ ନିମନ୍ତେ ଦରଖାସ୍ତ ଫିସ୍ | ପଚିଶ ଟଙ୍କା | କୋର୍ଟ ଫି ଷ୍ଟାମ୍ପ |
ଭାଗ - ୨ | |||
ଖ. ସୂଚନା ପ୍ରଦାନ ଫିସ୍ | |||
୧ | A4 କିମ୍ବା A3 ସାଇଭକାଗଜର ଗୋଟିଏ ପୃଷ୍ଠା ନକଲ ପାଇଁ | ପ୍ରତି ପୃଷ୍ଠା ପାଇଁ ଦୁଇ ଟଙ୍କା | ନଗଦ ଅର୍ଥ |
୨ | A4 କିମ୍ବା A3 ସାଇଜ ଠାରୁ ବଡ କାଗଜର ଗୋଟିଏ ପୃଷ୍ଠା ନକଲ ପାଇଁ | ଗୋଟିଏ ନକଲର ପ୍ରକୃତ ମୂଲ୍ୟ | ନଗଦ ଅର୍ଥ |
୩ | ନଥିପତ୍ର ଦେଖିବା | ପ୍ରଥମ ଘଣ୍ଟା ପାଇଁ କୌଣସି ଫିସ୍ ଦେବାକୁ ପଡିବ ନାହିଁ ମାତ୍ର ତା'ପରେ ପ୍ରତି 15 ମିନିଟ୍ (କିମ୍ବା ତାହାର ଆଂଶିକ ସମୟ) ପାଇଁ ପାଞ୍ଚ ଟଙ୍କା | ନଗଦ ଅର୍ଥ |
୪ | କଭର ସହିତ ସିଡି | ପ୍ରତ୍ୟେକ ସିଡି ପାଇଁ ପଚାଶ ଟଙ୍କା | ନଗଦ ଅର୍ଥ |
୫ | ଫ୍ଲପି ଡିସ୍କ (1.44 MB) | ପ୍ରତ୍ୟେକ ଫ୍ଲପି ପାଇଁ ପଚାଶ ଟଙ୍କା | ନଗଦ ଅର୍ଥ |
୬ | ମାନଚିତ୍ର ଏବଂ ନକ୍ସା | ଶ୍ରମ, ଉପକରଣ ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚକୁ ହିସାବ କରି ଲୋକ ସୂଚନା ଅଧିକାରୀ ଯଥାର୍ଥ ଦେୟର ପରିମାଣ ସ୍ଥିର କରିବେ | ନଗଦ ଅର୍ଥ |
୭ | ଭିଡିଓ କ୍ୟାସେଟ୍ / ମାଇକ୍ରୋଫିଲ୍ମ / ମାଇକ୍ରୋଫିସ୍ | - ଏଜନ - | ନଗଦ ଅର୍ଥ |
୮ | ଉପକରଣର ପ୍ରାମାଣିକ ନମୁନା କିମ୍ବା ମଡେଲ | ନମୁନା କିମ୍ବା ମଡେଲର ପ୍ରକୃତ ମୂଲ୍ୟ | ନଗଦ ଅର୍ଥ |
୯ | ଛପା ହୋଇଥବା ଫର୍ମରେ ସୂଚନା | ସେପରି ପ୍ରକାଶନ ନିମନ୍ତେ ନିର୍ଦ୍ଧାରିତ ମୂଲ୍ୟ | ନଗଦ ଅର୍ଥ |
ବି.ଦ୍ର :
• ବି.ପି.ଏଲ. କାର୍ଡଧାରୀ ବ୍ୟକ୍ତିଙ୍କୁ ଦରଖାସ୍ତ ଫିସ୍ ଦେବାକୁ ପଡିବ ନାହିଁ । (ଆଇନର ଧାରା ୭(୫) ।
• ସମସ୍ତ ଅର୍ଥ ପ୍ରଦାନ କ୍ଷେତ୍ରରେ ଉଚିତ ଓ ଅଧିପ୍ରମାଣିତ ରସିଦ୍ ପ୍ରଦାନ କରାଯିବ । ଦରଖାସ୍ତ ଫର୍ମ ‘କ’ରେ କର୍ଯ୍ୟାଳୟ ଅର୍ଥପ୍ରାପ୍ତି ରସିଦ ସଂଖ୍ୟା ଉଲ୍ଲେଖ କରିବେ ।
ମନେରଖନ୍ତୁ
- ସୂଚନା ପାଇଁ ଦରଖାସ୍ତ ପାଇବାର ୩୦ ଦିନ ମଧ୍ୟରେ ଲୋକ ସୂଚନା ଅଧିକାରୀ ସୂଚନା ପ୍ରଦାନ କରିବେ ବା ଦରଖାସ୍ତ ଖାରଜ କରିବେ । (ଆଇନର ଧାରା-୭) ।
- ଆଇନ୍ ଅଧିନରେ ନାଗରିକଙ୍କୁ କୌଣସି ଦଣ୍ଡବିଧାନ କରାଯାଇ ପାରିବ ନାହିଁ ।
- ବି.ପି.ଏଲ. କାର୍ଡଧାରୀ ବ୍ୟକ୍ତିଙ୍କୁ ଦରଖାସ୍ତ ଫିସ୍ ଦେବାକୁ ପଡିବ ନାହିଁ । (ଆଇନର ଧାରା ୭(୫) ।
- ପ୍ରତ୍ୟେକ ସରକାରୀ କର୍ତ୍ତ ପକ୍ଷ ଧାରା ୪ (୧ବି) ଅନୁସାରେ ୧୭ ପ୍ରକାର ସ୍ଵେଚ୍ଛାକୃତ ସୂଚନା ପ୍ରଦାନ କରିବେ ।